ପ୍ରୋଜେକ୍ଟ ନାରୀଶକ୍ତି ପ୍ରଚଳନ ସହ ଔଦ୍ୟୋଗିକୀ ମନୋଭାବକୁ ପ୍ରୋତ୍ସାହିତ କରୁଛି ଆମୱେ

ଭୁବନେଶ୍ୱର : ମହିଳାମାନଙ୍କୁ ସମ୍ମୁଖକୁ ଆଣି ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ଅନ୍ୟତମ ଦେଶର ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରି କମ୍ପାନୀ ଆମୱେ ଇଣ୍ଡିଆ ପ୍ରୋଜେକ୍ଟ ‘ନାରୀ ଶକ୍ତି’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି।

ଏହି ପ୍ରୟାସ ସମ୍ପର୍କରେ ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି ଚାକିରୀ କ୍ଷେତ୍ରରେ ଅନିଶ୍ଚିତ ଅବସ୍ଥା ଲାଗି ରହିଥିବାରୁ ସ୍ୱାବଲମ୍ବନ ଅର୍ଥନୈତିକ ପରିମଣ୍ଡଳରେ ନମନୀୟ ଭୂମିକା ଗ୍ରହଣ କରିବାକୁ ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟ ବର୍ଦ୍ଧିତ ସୁଯୋଗ ସୃଷ୍ଟିକରିଛି। ଭାରତର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ୍ଟକୁ ସୁଦୃଢ କରିବାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି. ଆମୱେ ମହିଳାମାନଙ୍କର ଉତ୍‍ଥାନ ଦିଗରେ କାର୍ଯ୍ୟ କରିବା ସହିତ ଦୀର୍ଘକାଳ ପାଇଁ ଏକ ସମ ସୁଯୋଗସମ୍ପନ୍ନ ଅଂଶୀଦାର ହେବା ପାଇଁ ସେମାନଙ୍କୁ ସମର୍ଥନ କରିବା ଦିଗରେ କାର୍ଯ୍ୟ କରୁଛି । ଆମର ବିଶ୍ୱାସ ଭାରତରେ ଆମର ଭବିଷ୍ୟତ ପାଇଁ ମହିଳା ଉଦ୍ୟୋଗୀମାନଙ୍କର ମୁଖ୍ୟ ଭୂମିକା ରହିଛି। ମହିଳାମାନଙ୍କ ସାମର୍ଥ୍ୟର ପୂର୍ଣ୍ଣ ଉପରେଯାଗ ନିମନ୍ତେ ସେମାନଙ୍କ ଅଭିବୃଦ୍ଧିର ଏକ ପରିବେଶ ଯୋଗାଇବା ଓ ସେମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏହା ଏକ ବାସ୍ତବତା ଯେ ଆମର ପ୍ରତ୍ୟକ୍ଷ ବିକ୍ରେତାଙ୍କ ମଧ୍ୟରୁ ୬୦%ରୁ ଅଧିକ ହେଉଛନ୍ତି ମହିଳା। ଏହା ଆମ ପ୍ରତିଶ୍ରୁତିବଦ୍ଧତାର ଏକ ନିଦର୍ଶନ।

ଆମୱେ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ- ଇଷ୍ଟ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଲେ ଆମୱେରେ ଆମର ପ୍ରତ୍ୟକ୍ଷ ବିକ୍ରେତାମାନେ ଯେଭଳି ସଫଳତା ହାସଲ କରିବେ ଏବଂ ବିଶ୍ୱଶ୍ରେଣୀର ଉତ୍ପାଦ ଜରିଆରେ ସେମାନଙ୍କର ବ୍ୟବସାୟ କିପରି ବୃଦ୍ଧି ଘଟିବ ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୋଜେକ୍ଟ ଆରମ୍ଭ କରିବା ନିମନ୍ତେ ଆମେ କିଛି ବଛାବଛା ମହିଳା ଉଦ୍ୟୋଗୀଙ୍କର କୁଶଳତା, ସର୍ବୋତ୍ତମ ବ୍ୟବସାୟିକ କାର୍ଯ୍ୟାଭ୍ୟାସ ସମ୍ପର୍କିତ ଜ୍ଞାନ, ଉତ୍ପାଦ ସମ୍ପର୍କିତ ତାଲିମ ଓ ବିବିଧ ବ୍ୟବସାୟିକ ସାଧନ ତଥା ସାମାଜିକ ବାଣିଜ୍ୟ କାରବାର ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିବାକୁ ବିଭିନ୍ନ ଅଧିବେଶନ ଆୟୋଜନ ଯୋଜନା କରିଛୁ। ଏହି ମହିଳାମାନଙ୍କୁ ପ୍ରମୁଖ ବରିଷ୍ଠ ମହିଳା ଉଦ୍ୟୋଗୀମାନେ ମାର୍ଗଦର୍ଶନ କରାଇ ଆମୱେ ଇଣ୍ଡିଆ ସହିତ ଯାତ୍ରାରେ ଦିଶା ନିର୍ଦ୍ଦେଶ କରାଇବେ।

ମତାମତ ଦିଅନ୍ତୁ ।