ପେଟ୍ରୋଲ-ଡିଜେଲ ଭରିବା ଓ ପାର୍କିଂରେ ହେବ ଫାଷ୍ଟଟ୍ୟାଗ୍ ବ୍ୟବହାର

ନୂଆଦିଲ୍ଲୀ : ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଟୋଲ୍ ଟ୍ୟାକ୍ସ ପଇଠ କରିବାକୁ ଗାଡିକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଏବେ କେନ୍ଦ୍ର ସରକାର ଫାଷ୍ଟଟ୍ୟାଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏଥିରେ ନୂଆ ସୁବିଧା ଯୋଡିବାକୁ ଯାଉଛନ୍ତି। ଯାହା ଫଳରେ ଏହା ମାଧ୍ୟମରେ ଗାଡିରେ ପେଟ୍ରୋଲ-ଡିଜେଲ୍ ଓ ସିଏନଜି ଭରିହେବ। ଏଥିସହ ପାର୍କିଂରେ ମଧ୍ୟ ଫାଷ୍ଟଟ୍ୟାଗ୍ ବ୍ୟବହାର କରାଯିବ। ସେଥିପାଇଁ କେନ୍ଦ୍ର ସରକାର ଫାଷ୍ଟଟ୍ୟାଗକୁ ମଲ୍ଟିପର୍ପଜ ସର୍ଭିସରେ ବ୍ୟବହାର କରିବା ଦିଗରେ କାମ କରୁଛନ୍ତି।
ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ବର୍ଷ କରୋନା କାଳରେ ଟୋଲ୍ ଟ୍ୟାକ୍ସରେ ଦୁଇଗଜ ଦୂରତା ବଜାୟ ରଖିବା ଓ କଣ୍ଟାକ୍ଟଲେସ୍ ପେମେଣ୍ଟରେ ଫାଷ୍ଟଟ୍ୟାଗ୍ ସଫଳ ହୋଇଛି। ୧୫ ଫେବୃୟାରୀରୁ ସମସ୍ତ ଟୋଲ୍ ପ୍ଲାଜାର ସବୁ ଲେନକୁ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି।