ପୁଅକୁ କଚାଡ଼ି ମାରିଦେଲା ବାପା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କସିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ଦେଢ ମାସର ଶିଶୁ ପୁଅକୁ ବାପା କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ କସିମିଳାର ପ୍ରଭାତ କୁମାର ବାଇ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଭାତ ପତ୍ନୀଙ୍କ ହାତରୁ ପୁଅକୁ ଛଡ଼ାଇ ଆଣି କଚାଡି ଦେବା ସହିତ ବୁଢ଼ାବଳଙ୍ଗ ନଦୀ ପଠାକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି। ଅନ୍ୟପକ୍ଷରେ ପ୍ରଭାତ କହିଛି ରାସ୍ତାରେ ଆସିବା ବେଳେ ବାଇକ୍‌ରୁ ପଡ଼ିଯାଇ ଶିଶୁପୁତ୍ର ପ୍ରାଣ ହରାଇଛି। ତାଙ୍କ ସ୍ତ୍ରୀ ମିଛ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।