ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା ଆହତ

0

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର କୋଡ଼ାସାହିରେ ହତ୍ୟାକାଣ୍ଡ। ପୁଅର ଟାଙ୍ଗିଆ ଚୋଟରେ ବାପାର ଜୀବନ ଯାଇଛି। ମା’ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ଖବର ଅନୁଯାୟୀ ଆଜି ସକାଲେ ବାଳକୃଷ୍ଣ ବେହେରା ଓ ପୁଅ ତ୍ରିନାଥ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତ୍ରିନାଥ ଘରେ ଥିବା ଟାଙ୍ଗିଆରେ ବାପାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ମା’ ପତ୍ନୀ ରୁକ୍ମିଣୀ ଆସିଯିବାରୁ ପୁଅର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ରୁକ୍ମିଣୀକୁ ଜରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ଘଟାଇବା ତ୍ରିନାଥ ଟାଙ୍ଗିଆ ଧରି ଫେରାର ହୋଇଯାଇଛି। ଖବରପାଇ ଜରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply

Your email address will not be published.