ପୁଣି ୧୦ ମୁଣ୍ଡନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନା ଆଜି ୧୦ଜଣଙ୍କର ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ମିଳିଥିବା ଅତ୍ୟ ଅନୁଯାୟୀ ଉପରୋକ୍ତ ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ୩, ବାଲେଶ୍ଵର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଯେଉଁ ୩ଜଣଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ଭିତରୁ ଦୁଇଜଣଙ୍କର ବୟସ ୬୦ ବର୍ଷ। ଅନ୍ୟ ଜଣେ ହେଲେ ୩୦ ବର୍ଷ ବୟସ୍କ ପୁରୁଷ। ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

ସେହିପରି କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ମୃତ୍ୟୁବରଣ କରିଛନ୍ତି। ସେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଓ ମୋଟାପଣରେ ପୀଡ଼ିତ ଥିଲେ। ଏହାଛଡା ମୃତ ତାଲିକାରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୦ବର୍ଷ ବୟସ୍କ ପୁରୁଷ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ମଧୁମେହରେ ପୀଡ଼ିତ ଥିଲେ। ଗଜପତି ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ବାଲେଶ୍ଵର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ମଧୁମେହ ଓ ମୋଟାପଣରେ ପୀଡ଼ିତ ଥିଲେ। ସେହି ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏ ଇମ୍ୟୁନୋସପ୍ରେସନ୍ ସହିତ ସ୍ପଣ୍ଡିଲୋଆର୍ଥ୍ରୋପାଥିରେ ପୀଡ଼ିତ ଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।