ପୁଣି ବଢ଼ିବ ଡାଲି ଦର !

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବଢି ଚାଲିଛି। କରୋନା ପାଇଁ ଡାଲି ଜାତୀୟ ଶସ୍ୟ ଅମଳ କମିବା ସମ୍ଭାବନା ଥିବାରୁ ଆଗକୁ ଡାଲି ମହଙ୍ଗା ହେବାର ଆଶଙ୍କା ରହିଛି। ଏହାର କାରଣ ଚାହିଦା ତୁଳନାରେ ଯଦି ଦେଶରେ ଡାଲିର ଆବଶ୍ୟକତା କମ୍ ରହିବ ତାହେଲେ ଡାଲିର ଉତ୍ପାଦନ ବଢ଼ିବ ବୋଲି ଆକଳନ କରାଯାଉଛି। ହେଲେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଡାଲିକୁ ହଟେଇବା ପରଠାରୁ ଦର ବଢ଼ି ଚାଲିଛି।

ଦେଶର ଡାଲି ଓ ଶସ୍ୟ ଜାତୀୟ ସଂଘ (ଆଇସିପିଜିଆଇ) କହିଛି ଚଳିତ ବର୍ଷ ଚାଷୀମାନେ ଡାଲିଜାତ ଶସ୍ୟ ଅମଳ ଉପରେ କମ୍ ଗୁରୁତ୍ୱ ଦେଉଛନ୍ତି। କରୋନା ପାଇଁ ବିଭିନ୍ନ ସମସ୍ୟା ଉପୁଜିବାରୁ ଚାଷୀ ଡାଲି ଚାଷ ପ୍ରତି ମନୋନିବେଶ କରୁ ନାହାନ୍ତି। ତେଣୁ ଚଳିତ ବର୍ଷ ମସୁର, ଚଣା ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲର ଅଭାବ ଦେଖିବାକୁ ମିଳିପାରେ। ପ୍ରାରମ୍ଭିକ ଆକଳନ ଅନୁସାରେ ଚଳିତ ବର୍ଷ ୧୦ ଲକ୍ଷ ଟନ୍ ଡାଲି କମ୍ ଉତ୍ପାଦନର ସମ୍ଭାବନା ରହିଛି।

କୃଷି ମନ୍ତ୍ରାଳୟର ଓ୍ୱେବସାଇଟର ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ହରଡ ଡାଲିର ଉତ୍ପାଦନ ପାଖାପାଖି ୭ ଲକ୍ଷ ଟନ୍ ଓ ମୁଗ ଡାଲି ୫.୨୦ ଲକ୍ଷ ଟନ୍ କମ୍ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଖରିଫ ଋତୁରେ ୨.୧୨ ମିଲିଅନ ଟନ୍ ଡାଲି ଉତ୍ପାଦନ ହେବାର ଆକଳନ କରାଯାଉଛି। କମୋଡ଼ିଟି ବିଶେଷଜ୍ଞ କହିଛନ୍ତି ଯେଉଁ ସ୍ଥିତି ଏବେ ଉପୁଜିଛି କିମ୍ବା ଆଗକୁ ଦେଖାଦେବ ଏହାଦ୍ୱାରା ଡାଲିର ଚାହାଦା ବୃଦ୍ଧି ସହିତ ଦାମ ବଢ଼ିବ। ତେଣୁ ଆସନ୍ତା ମାସରେ ଡାଲିର ଦାମ ମହଙ୍ଗା ହୋଇପାରେ।

ସେହିପରି ଆଇପିଜିଆଇର ଉପାଧ୍ୟକ୍ଷ ବିମଳ କୋଠରୀ କହିଛନ୍ତି ସଂଘ ସରକାରକୁ ଡାଲିର ଉତ୍ପାଦନ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛି। ବିଗତ ବର୍ଷମାନଙ୍କ ପାଖରୁ ସରକାର ଡାଲି ଚାଷ ଉପରେ ସେପରି କୌଣସି ଯୋଜନା କରି ନାହାନ୍ତି। ଡାଲିର ଆମଦାନୀ ଫ୍ରି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଏହା ଆମଦାନୀ ଡାଲି ଏମଏସପିରୁ ଅଧିକ ଦାମରେ ବିକ୍ରି ହେବ। ୨୦୧୫-୧୬ ମଧ୍ୟରେ ଦେଶରେ ଡାଲିର ଉତ୍ପାଦନ ୨୩ ମିଲିଅନ ଟନ୍ ହୋଇଥିଲା। କିନ୍ତୁ ଆବଶ୍ୟକତା ରହିଛି ୨୫-୨୬ ମିଲିଅନ ଟନ। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାର ପ୍ରତିବର୍ଷ ୨.୫ ମିଲିଅନ ଡାଲି ଆମଦାନୀ କରୁଛନ୍ତି। ପ୍ରତିବର୍ଷ ୧୦ ଲକ୍ଷ ଟନର ଆବଶ୍ୟକତା ବଢ଼ୁଛି। ଫଳରେ ଡାଲିର ଖୁଚୁରା ଓ ହୋଲସେଲ ଦର ମଧ୍ୟରେ କିଲୋଗ୍ରାମ ପିଛା ୫୦ ଟଙ୍କାର ଅନ୍ତର ରହୁଛି।

Leave a Reply

Your email address will not be published. Required fields are marked *

Back to top button