ପୁଣି ଜୟାଙ୍କ ଉପରେ ବର୍ଷିଲେ କଙ୍ଗନା

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଓ ବଲିଉଡ୍ ଡ୍ରଗ୍ସ ଲିଙ୍କକୁ ନେଇ ବିବାଦ। ଚର୍ଚ୍ଚାରେ ରହିଛି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମନ୍ତବ୍ୟ। ନେତା ଓ ଅବିନେତାଙ୍କୁ ସେ ଟାର୍ଗେଟ କରି ଘାଇଲା କରୁଛନ୍ତି। ମଙ୍ଗଳବାର ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦରେ କହିଥିଲେ କିଛି ଲୋକ ବଲିଉଡକୁ ବଦାନମ କରିବାରେ ଲାଗିଛନ୍ତି। ଯେଉଁମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଲେ ସେମାନେ ଏହାକୁ କହୁଛନ୍ତି ଗଟର। ଏଥିରେ ସେ ଆଦୌ ସହମତ ନାହାନ୍ତି। ସେମାନେ ଯେଉଁ ଥାଳିରେ ଖାଉଛନ୍ତି ସେଥିରେ ଛିଦ୍ର କରୁଛନ୍ତି।

ଆଜି ପୁଣି ଏହାର ଜବାବ ଦେଇଛନ୍ତି କଙ୍ଗନା। ଟ୍ଵିଟ୍ କରି ସେ କହିଛନ୍ତି କେଉଁ ଥାଳି ଦେଇଛନ୍ତି ଜୟା ଜୀ ଓ ତାଙ୍କ ଇଣ୍ଡଷ୍ଟ୍ରି। ଗୋଟିଏ ଥାଳି ମିଳିଥିଲା, ଯେଉଁଥିରେ ଦୁଇ ମିନିଟ୍ ଅଭିନୟରେ ଆଇଟମ୍ ନମ୍ବର ଓ ଗୋଟିଏ ରୋମାଣ୍ଟିକ୍ ଦୃଶ୍ୟ ମିଳୁଥିଲା। ମୁଁ ଏ ଇଣ୍ଡଷ୍ଟ୍ରିକୁ ଫେମିନିଜମ ଶିଖାଇଛି। ଥାଳିକୁ ଦେଶ ଭକ୍ତି ନାରୀପ୍ରଧାନ ଫିଲ୍ମରେ ସଜେଇଛି। ଏହା ମୋର ନିଜସ୍ଵ ଥାଳି। ଜୟା ଜୀ ଆପଣଙ୍କର ନୁହେଁ।

ଅନ୍ୟପକ୍ଷରେ ଜୟା ବଚ୍ଚନ ବଲିଉଡ୍‌ ଡ୍ରଗ୍‌ସ କାରବାର ପ୍ରସଙ୍ଗରେ ସଂସଦରେ ଭାଷଣ ଦେବାପରେ ଏବେ ବିବାଦୀୟ ହୋଇ ପଡ଼ିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଏବେ ‘ଟ୍ରୋଲ୍‌’ କରିବା ଆରମ୍ଭ କରିଛନ୍ତି। ଜୟାଙ୍କ ବକ୍ତବ୍ୟକୁ କେନ୍ଦ୍ରକରି ବଲିଉଡ୍‌ ଦୁଇ ଭାଗରେ ବିଭକ୍ତ ହୋଇଥିବା ବେଳେ ଏବେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ୍‌ ବଙ୍ଗଳା ‘ଜଲସା’ ବାହାରେ ମୁମ୍ବାଇ ପୋଲିସ ପକ୍ଷରୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମତାମତ ଦିଅନ୍ତୁ ।