ପୂର୍ବ ସ୍ଵାମୀଙ୍କ ଭାଇ କଲା ମହିଳାଙ୍କୁ ଦୁଷ୍କର୍ମ

ଜୟପୁର : ରାଜସ୍ଥାନର ଚାଜାୱାର ଗ୍ରାମ ନିକଟରେ ଶନିବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ସାମ୍ନାରେ ପୂର୍ବତନ ସ୍ଵାମୀଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଚାଜାୱାର ଗ୍ରାମ ନିକଟରେ ଏପରି ଅଭାବନୀୟ କାଣ୍ଡ ଘଟିଛି।

ଡିଏସ୍‌ପି ଯୋଗେନ୍ଦ୍ର ସିଂହ କହିଛନ୍ତି ଅଭିଯୁକ୍ତ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଟେକି ନେଇ ଏକ ପଡ଼ିଆରେ ବାନ୍ଧି ପକାଇଥିଲେ। ସେଠାରେ ମହିଳାଙ୍କ ନୂଆ ସ୍ଵାମୀଙ୍କ ସମ୍ମୁଖରେ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି। ଘଟଣା ପରେ ପୀଡ଼ିତା ନିଜ ଭଉଣୀଙ୍କ ସହ ପିଲାକୁ ଧରି କୌଣସି ପ୍ରକାରେ ମୁଖ୍ୟ ରାସ୍ତାକୁ ଚାଲିଆସି ଅନ୍ୟ ବାଟୋଇଙ୍କ ସହାରା ନେଇ ପୋଲିସକୁ ଜଣାଇଥିଲେ। ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଓ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି।

ଏ ସଂପର୍କରେ ପୋଲିସ ଅଧିକାରୀ କହିଛନ୍ତି ପ୍ରଥମ ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କର କୌଣସି ପିଲାପିଲି ନହେବାରୁ ସେ ସ୍ଵାମୀଙ୍କୁ ଛାଡ଼ି ଅନ୍ୟ ଜଣେ ପୁରୁଷଙ୍କ ସହ ବିନା ବିବାହରେ ରହିଥିଲେ। ସେହି ପୁରୁଷଙ୍କ ଔରୁସରୁ ତାଙ୍କର ଏକ ପିଲା ଅଛି।

Leave a Reply

Your email address will not be published. Required fields are marked *

Back to top button