Breaking Newsଅପରାଧ

ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବାଲିଗୁଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଗାଁର ବିଷୋୟୀ ସାହିରେ ଘଟିଛି ହତ୍ୟାକାଣ୍ଡ। ଆଜି ସନ୍ଧ୍ୟାରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଷୋୟୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସେହି ସାହିର ଡେପୁଟି ବିଷୋୟୀ। ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସକୁ ଏହି ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ବ୍ରଜରାଜଙ୍କୁ ସାରଙ୍ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button