ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ଆଜି ଆଜି ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍‌ରେ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଚ୍ଛାୟା ଖେଳି ଯାଇଛି।

୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଶ୍ରୀ କର ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ରାଜନୀତିରେ ପାଦ ଥାପିଥିଲେ। ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ଶେଷ ଯାଏ କାମ କରିଥିଲେ।
ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ୨୦୦୦ରୁ ୨୦୦୪ ଯାଏ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ସେ ତାଙ୍କ ଜୀବନ ଦଶାରେ ଅନେକ ପୁସ୍ତକ ରଚନା କରିଛନ୍ତି। ଏହା ମଧ୍ୟରୁ ଦ୍ରୁତ ବିଳମ୍ବିତ, ମନ୍ଥନ, ରୋମାନ୍ଥନ, ଅନ୍ୟନ୍ୟ ଆଦି ବେଶ ପାଠକୀୟ ଆଦୃତ ଲାଭ କରିଥିଲା।

ମତାମତ ଦିଅନ୍ତୁ ।