ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଯଶୱନ୍ତ ସିଂ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଯଶୱନ୍ତ ସିଂଙ୍କର ୮୨ ବର୍ଷ ବୟସରେ ଆଜି ସକାଳେ ଦେହାନ୍ତ ହୋଇଛି। ସେ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ। ପରେ ରାଜନୀତିରେ ସକ୍ରିୟ ରହିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ। ଯଶୱନ୍ତ ସିଂ ୩ ଜାନୁଆରୀ ୧୯୩୮ରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରତିଷ୍ଠାତା ସଦସ୍ୟ। ୧୯୮୦ ରୁ ୨୦୧୪ ଯାଏ ସେ ସାଂସଦ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ଅଟଳ ବିହାରି ବାଜପେୟୀ ସରକାରରେ ସେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ଭଳି ମନ୍ତ୍ରୀ ପଦରେ ଥିଲେ। ତାଙ୍କ ଦେହାନ୍ତ ଖବର ଦୁଃଖ ଦାୟକ ବୋଲି ସେ କହିଛନ୍ତି। ରାଜନୀତି ତଥା ସମାଜ ପ୍ରସଙ୍ଗରେ ତାଙ୍କର ଅନନ୍ୟ ଦୃଷ୍ଟିକୋଣ ପାଇଁ ଯଶୱନ୍ତ ସିଂ ସବୁଦିନ ମନେ ରହିବେ। ବିଜେପିକୁ ମଜବୁତ କରିବାରେ ତାଙ୍କର ସହଯୋଗ ରହିଛି। ଯଶଓ୍ୱନ୍ତଙ୍କ ସହ ତାଙ୍କର ସମ୍ପର୍କ ସର୍ବଦା ମନେ ରହିବ ବୋଲି ମୋଦି କହିଛନ୍ତି।

ମତାମତ ଦିଅନ୍ତୁ ।