ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ : ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେଥିପାଇଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ଆଡ଼ୁ ଟେଷ୍ଟ କରାଇବାକୁ ଶ୍ରୀ ମୁଖାର୍ଜୀ ନିବେଦନ କରିଛନ୍ତି।

ସୋମବାର କରୋନା ସମ୍ପର୍କରେ ସେ ଦେଇ କହିଛନ୍ତି ମୁଁ ହସ୍ପିଟାଲ ଯାଇଥିବା ସମୟରେ କରୋନା ଟେଷ୍ଟ କରାଇଥିଲି। ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେଣୁ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜକୁ ଆଇସୋଲେଟେଡ୍‌ କରିବା ସହ ନିଜର ଟେଷ୍ଟ କରାଇ ନିଅନ୍ତୁ।

ମତାମତ ଦିଅନ୍ତୁ ।