ପୁରୀ : ଅପରାହ୍ନ ୨ରୁ ସକାଳ ୫ଟା ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀରେ ଆଜି ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କରୋନା ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି।

ଶ୍ରୀକ୍ଷେତ୍ର ଭେଜିଟେବୁଲ ହୋଲସେଲର ଆସୋସିଏସନ, ବଡ଼ଶଙ୍ଖ ମା’ ଶଙ୍ଖେଶ୍ୱରୀ ବ୍ୟବସାୟୀ ସଂଘ, ବଳଗଣ୍ଡି ମାର୍କେଟ ବ୍ୟବସାୟୀ ସଂଘ ଓ ସ୍ୱର୍ଗଦ୍ୱାର ମାର୍କେଟ ବ୍ୟବସାୟୀ ସଂଘ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଔଷଧ, ଏଲପିଜି, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପକୁ ବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button