ପୁରୀ ମାଉସୀ ମା’ ମନ୍ଦିରରୁ ଲୁଟ

ପୁରୀ : ବଳଗଣ୍ଡିସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମା’ ମନ୍ଦିରରୁ ଚୋରି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା କାଟି ଚୋରି କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ମାଉସୀ ମା’ ମନ୍ଦିରର ଆଲମିରା ଓ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଚୋରି କରିଛନ୍ତି। ମନ୍ଦିରର ପୂଜକ ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। କେତେ ପରିମାଣର ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ମନ୍ଦିର ହୁଣ୍ଡିରୁ ଚୋରି ବେଳର ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି। ଏଥିରେ ଜଣେ ବ୍ୟକ୍ତି ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି। ବ୍ୟକ୍ତିଜଣକ ରାତିରେ ମନ୍ଦିରରେ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳୁଛି। ଫୁଟେଜକୁ ନେଇ ଏବେ ଯାଞ୍ଚ ଚାଲିଛି।

ଏହି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ଉଦବେଗ ପ୍ରକାଶ କରି ଦୁର୍ବୃତ୍ତଙ୍କୁ ଧରିବାକୁ ପ୍ରଶାସନକୁ ଅବଗତ କରାଇଛନ୍ତି। ଏଥିସହ ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ଗଜପତି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button