ପୁରୀ : ମେ ୧୫ ଯାଏ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା

0

ପୁରୀ : ମେ ୧୫ ତାରିଖ ଯାଏ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ର୍ମାନୁଷ୍ଠାନ ଗୁଡିକରେ କେବଳ ରୀତିନୀତି ପାଳନ ହେବ। ସ୍ଥିତିକୁ ଦେଖି ପରାବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ସେହିପରି କରୋନା ପାଇଁ ମେ ୧୫ ତାରିଖ ଯାଏ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇସାରିଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଯଥାରୀତି ଚାଲିବ। ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ ମନ୍ଦିର ପ୍ରଶାସନ କଟକଣା ଲଗାଇଛି। ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ ଚନ୍ଦନଯାତ୍ରା। ତାଙ୍କର ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। କିନ୍ତୁ ଗତବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୬ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.