ପୁରୀରେ ସଙ୍ଘବଦ୍ଧ ଆକ୍ରମଣ ; ଜଣେ ମୃତ

ପୁରୀ : ଚନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ସାମାନ୍ୟ କଥାକୁ କେନ୍ଦ୍ରକରି ଗତ ବିଳମ୍ବିତ ରାତ୍ରୀରେ ସଂଘର୍ଷ ଯୋଗୁ ଦାମ ସ୍ୱାଇଁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ଦୁଃଶାସନ ବାରିକି ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଗତରାତିରେ କୌଣସି କଥାକୁ ନେଇ ଦାମ ସ୍ୱାଇଁଙ୍କର ଦୁଃଶାସନ ଓ ଅନ୍ୟମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାମ ସ୍ୱାଇଁ ଦୁଃଶାସନଙ୍କୁ ପିଟିବାକୁ ଯାଇଥିଲେ। କିନ୍ତୁ ଦୁଃଶାସନ ଓତାଙ୍କ ସାଥୀମାନେ ମିଳିତ ଭାବେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦାମଙ୍କର ମୃତ୍ୟୁ ଘଟିଥିଲା। ଦୁଃଶାସନ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button