ପୁରୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ପୁରୀ : ସହରର ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରୁ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗର ଜବତ ହୋଇଛି। ଏଥିସହ ପିସ୍ତଲ, ଜୀବନ୍ତ ଗୁଳି, ବାଇକ୍ ଓ କାର୍ ଜବତ କରାଯାଇଥିବା ବେଳେ ପୋଲିସ ୫ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଖବର ଅନୁଯାୟୀ ପୁରୀ ବାସେଳି ସାହି ଥାନା ପୋଲିସ ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରୁଥିଲା। ଏହି ସମୟରେ ପୁରୀ ଅଭିମୁଖେ ଆସୁଥିବା ଏକ କଳା ରଙ୍ଗର ପଲ୍ସର ଓ ଟାଟା ସଫାରିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନ ସୁଗର ମିଳିଥିଲା। ଏହି ଘଟଣାରେ ଖୋର୍ଦ୍ଧା ସହରର ଅନୀଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର ବାବୁନା ନାୟକ, ପୁରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧ, ବାରବାଟୀର ବଳରାମ ଭୋଇ ଓ ପୁରୀ ଗୋଖା ସାହିର ବାବୁନା ବେହେରାଙ୍କୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।