ପୁରୁଷ କେତେ ପ୍ରକାରର ?

ଯତୀଶ ଶାସ୍ତ୍ର ଅନୁସାରେ ନାରୀ ମାନକୁ ୪ ଭାଗରେ ବିଭକ୍ତ କରାଯାଇଥିବା ବେଳେ ପୁରୁଷ ମାନଙ୍କୁ ସମାନ ଭାଗରେ ବିଭକ୍ତ କରାଯାଇଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ ପୁରୁଷ କେଉଁ ମହିଳାଙ୍କୁ ବିବାହ କରିିଲେ ସୌଭାଗ୍ୟବତୀ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା =

୧. ଶଶକ ପୁରୁଷ:

ଶଶକ ଜାତୀୟ ପୁରୁଷ ମିଠା କଥା ଓ ସତ କଥା କହିଥାନ୍ତି। ଏମାନଙ୍କ ବଚନ ସରଳ ହୋଇଥାଏ। ଏମାନେ ସୁଶିଲ ଓ ଗୁଣବାନ୍ ହୋଇଥାନ୍ତି।ଶଶକ ଜାତୀୟ ପୁରୁଷ ସାଧୁସଙ୍ଗ ପ୍ରାୟ ଅଟନ୍ତି। ଦେବତାକୁ ପୂଜା କରିଥାନ୍ତି। ଏହି ଶଶକ ଜାତୀୟ ପୁରୁଷ ବେଶି ଟେଙ୍ଗା ଓ ଗେଡା ହୋଇ ନଥାନ୍ତି। ଏମାନେ ଗୋରୁ ଓ ଗୁରୁଙ୍କର ସେବ କରିଥାନ୍ତି। ଏବଂ ପରପକାରୀ ମଧ୍ୟ ହୋଇଥାନ୍ତି। ଏମାନେ ଶାନ୍ତ ମନର ହୋଇଥାନ୍ତି। ଏହି ଶଶକ ଜାତୀୟ ପୁରୁଷ ପଦ୍ମିନୀ ଜାତୀୟ ମହିଳା କୁ ବିବାହ କରିଥାନ୍ତି।

୨. ମୃଗ ପୁରୁଷ:

ଏହି ମୃଗ ଜାତୀୟ ପୁରୁଷ ଦୀର୍ଘାୟୁ ହୋଇଥାନ୍ତି। ଏମାନେ ବହୁତ୍ ବଳବାନ ହୋଇଥାନ୍ତି କିନ୍ତୁ ଏମାନଙ୍କ ଶରୀର ବହୁତ୍ କମଳ ହୋଇଥାଏ। ଏମାନଙ୍କ ମୁଖ ସର୍ବଦା ପ୍ରସନ୍ନ ରହିଥାଏ। ଏମାନେ ନୃତ୍ୟ ଓ ସଙ୍ଗୀତ ପ୍ରାୟ ଅଟନ୍ତି। ଏମାନଙ୍କ ମୁଖ ମୃଗ ପରି ଚଞ୍ଚଳ ରହିବ। ଏମାନେ ବହୁତ ଭୋଜନ କରିଥାନ୍ତି। ଏମାନେ ଗୋରୁ ଓ ଗୁରୁକୁ ସମ୍ମାନ ଦେଇଥାନ୍ତି। ଏହି ମୃଗ ଜାତୀୟ ପୁରୁଷ ଚିତ୍ରେଣି ଜାତୀୟ ମହିଳା କୁ ବିବାହ କରିଥାନ୍ତି। ଏହା ଦ୍ୱାରା ସେମାନେ ସୁଖ ରେ ଜୀବନଯାପନ କରି ଥାଆନ୍ତି।

୩. ବୃଷ ପୁରୁଷ:

ଏହି ବୃଷ ଜାତୀୟ ପୁରୁଷ ଙ୍କ ଶରୀର ବହୁତ ସୁଶିଲ ହୋଇଥାଏ। ଏମାନେ ବହୁତ୍ ଚାଲାକ୍ ହୋଇଥାନ୍ତି। ଏମାନେ ବହୁତ ସୁଶିଲ ଓ ଗୁଣବାନ୍ ମଧ୍ୟ ହୋଇଥାନ୍ତି। ଏମାନଙ୍କ ଶରୀର ହୃଷ୍ଠ ପ୍ରୁଷ୍ଠ ହୋଇଥାଏ। ଏମାନେ ନିଲଜ୍ୟ ପ୍ରକୃତିର ହୋଇଥାନ୍ତି। ଏମାନେ ନାରୀ ମାନକୁ ଦେଖିବା ମାତ୍ରେ ଖୁସି ହୋଇଥାନ୍ତି। ଏମାନଙ୍କର ପାପ କର୍ମରେ ଭୟ ନଥାଏ।ବୃଷ ଜାତୀୟ ପୁରୁଷ ମାନେ କମ୍ ଶୋଇ ଥାଆନ୍ତି। ଏହି ବୃଷ ଜାତୀୟ ପୁରୁଷ ସଂଖିନୀ ଜାତୀୟ ମହିଳା କୁ ବିବାହ କରିଥାନ୍ତି।

୪. ଅଶ୍ଵ ପୁରୁଷ:

ଏହି ଅଶ୍ଵ ଜାତୀୟ ପୁରୁଷ ଙ୍କର ଅଙ୍ଗ ପ୍ରତେଙ୍ଗ ହୃଷ୍ଟ ହୋଇ ଥାଏ। ଏମାନେ ନିର୍ଭୀକ ହୋଇଥାନ୍ତି। ଏବଂ ସର୍ବଦା କୁକର୍ଯ୍ୟରେ ଲିପ୍ତ ରହିଥାନ୍ତି। ଏହି ଜାତୀୟ ପୁରୁଷ ମାନେ ଦୀର୍ଘାୟୁ ହୋଇଥାନ୍ତି। ଏମାନେ ଧର୍ମ ହୀନ ହୋଇଥାନ୍ତି। ଏମାନେ କ୍ରୋଧୀ ହୋଇ ଥାଆନ୍ତି। ଏହି ଅଶ୍ଵ ଜାତୀୟ ପୁରୁଷ ହସ୍ତିଣୀ ମହିଳା ମାନକୁ ବିବାହ କରିଲେ ସନ୍ତୁଷ୍ଟ ଲାଭ କରିଥାନ୍ତି।

ମତାମତ ଦିଅନ୍ତୁ ।