ପୁତୁରାଙ୍କ ଆକ୍ରମଣରେ ଦାଦାର ଜୀବନ ଗଲା

ଟିଟିଲାଗଡ : ଜମିବାଡ଼ି ବିବାଦକୁ ନେଇ ଦାଦା ଗିରଧାରୀ ପଟେଲ ପୁତୁରାମାନଙ୍କ ଦ୍ଵାରା ଆକ୍ରମଣ ଶିକ୍ଷର ହୋଇଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କଣ୍ଟାବାଞ୍ଝି ସିନ୍ଧେକେଲା ଥାନା ବୁଢ଼ୀପଦର ଗାଁରେ ଘଟିଛି ଏହି ଘଟଣା।

ଖବର ଅନୁଯାୟୀ ଜମିବାଡ଼ିକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦାଦା ଗିରଧାରୀ ଚାଷ ଜମିରେ ମାଟି କାମ କରୁଥିବା ସମୟରେ ୪ ଜଣ ପୁତୁରା ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଖବର ପାଇ ଗାଁ ଲୋକେ ଗିରିଧାରୀଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସିନ୍ଧେକେଲା ପୋଲିସ ଏକ ମାମଲା ରୁଜୁ କରି ଜଣକୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।