ରାବଣ ବଦଳରେ ମୋଦି, ଆମ୍ବାନୀ ଓ ଆଦାନୀଙ୍କ ପୁତ୍ତଳିକା ପୋଡିଲେ ପଞ୍ଜାବ ଚାଷୀ

ଫିରୋଜପୁର : ଦଶହରାରେ ରାବଣ ପୋଡିବା ପରିବର୍ତ୍ତେ ପଞ୍ଜାବରେ ଭିନ୍ନ ପରିଲକ୍ଷିତ ହୋଇଛି। ସଂଶୋଧିତ କୃଷି ଆଇନକୁ ବିରୋଧ କରୁଥିବାରୁ ଫିରୋଜପୁର ଜିଲ୍ଲାରେ ଚାଷୀମାନେ ବିଜୟା ଦଶମୀରେ ମୋଦି ଓ ତାଙ୍କ କର୍ପୋରେଟ ବନ୍ଧୁଙ୍କ ପୁତ୍ତଳିକା ଦହନ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ମିଡିଆ ରିପୋର୍ଟ ଅନୁସାରେ ଫିରୋଜ ପୁର ଜିଲ୍ଲାର କିଷାନ-ମଜଦୂର ସଂଘର୍ଷ ସମିତି ପଦାଧିକାରୀମାନେ ବିଭିନ୍ନ ଗାଁରେ ମୋଦି, ଆମ୍ବାନୀ ଓ ଆଦାନୀଙ୍କ ସୁଉଚ୍ଚ ପୁତ୍ତଳିକା ପ୍ରସ୍ତୁତ କରି ପୋଡ଼ିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଏହି ଅବସରରେ ସଂଶୋଧିତ କୃଷି ଆଇନ ସମେତ ବିଦ୍ୟୁତ ସଂଶୋଧନ ଅଧିନିୟମ-୨୦୨୦କୁ ବାତିଲ କରିବାକୁ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।