ରବର୍ଟ ଭଦ୍ରାଙ୍କୁ କରୋନା

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରାଙ୍କ ସ୍ଵାମୀ ରବର୍ଟ ଭଦ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରିୟଙ୍କା ଆସାମ ଗସ୍ତ ବାତିଲ କରିଥିବା ସୂଚନା ଦେଇଛନ୍ତି।

ଏକ ଭିଡିଓ ପୋଷ୍ଟ କରି ପ୍ରିୟଙ୍କା କହିଛନ୍ତି ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିବାରୁ ମୁଁ ଆସାମ ଗସ୍ତ ବାତିଲ କରିଛି। ଗତକାଲି ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗାମୀ କିଛିଦିନ ଯାଏ ଆଇସୋଲେସନରେ ରହିବି। ଏହି ଅସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ମୁଁ କଂଗ୍ରେସର ବିଜୟ ପାଇଁ ପ୍ରାର୍ଥନା କରୁଛି।

ସେହିପରି ରବର୍ଟ ଭଦ୍ରା ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମୁଁ କରୋନା ପଜିଟିଭ ସଂସ୍ପର୍ଶରେ ଆସିଥିଲି, ଯାହା ପରେ ମୁଁ ମଧ୍ୟ ସଂକ୍ରମିତ ହୋଇଛି। କୋଭିଡ୍ ନିୟମ ଅନୁଯାୟୀ ମୁଁ ଓ ପ୍ରିୟଙ୍କା ଆସୋଲେସନରେ ଅଛୁ। ପ୍ରିୟଙ୍କାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଆଶ୍ୱସ୍ତିକର କଥା ହେଉଛି ଆମ ପିଲାମାନେ ଆମ ସହ ନାହାନ୍ତି। ଘରର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

Leave a Reply

Your email address will not be published. Required fields are marked *

Back to top button