ରାଜଧାନୀର ଶାସ୍ତ୍ରୀନଗରରେ ଖଣ୍ଡା ବୁଲିଲା

ଭୁବନେଶ୍ୱର : ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ଶାସ୍ତ୍ରୀନଗର ଅଞ୍ଚଳରେ ଯୁବକଙ୍କ ଆତଙ୍କରାଜ ସୃଷ୍ଟି କରିଛି। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଧମକ ଦେଇଛି ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିବ। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଖବର ପାଇ ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିବାରୁ ପୋଲିସ ସିସିଟିଭିରେ କଏଦ ହୋଇଥିବା ଆତଙ୍କରାଜର ଦୃଶ୍ୟ ଆଧାରରେ ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।