Breaking Newsଦେଶ-ବିଦେଶ

ରାଫେଲ୍‌ରେ ଖଞ୍ଜାଯିବ ଘାତକ କ୍ଷେପଣାସ୍ତ୍ର ‘ହେମର୍‌’

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତ-ଚୀନ୍‌ ଉତ୍ତେଜନା ଲାଗି ରହିଛି। ଏହିଭଳି ଏକ ସମୟରେ ଜୁଲାଇ ୨୯ରେ ଭାରତକୁ ମିଳିବ ପ୍ରଥମ ପର୍ଯ୍ୟାୟ ରାଫେଲ୍‌ ଯୁଦ୍ଧ ବିମାନ। ଏହି ବିମାନରେ ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର ଖଂଜିବା ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ଏ ନେଇ ଫ୍ରାନ୍ସ ସହିତ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା ଭାରତକୁ ମିଳିବ ବୋଲି ଜଣାପଡିଛି। ଏହି କ୍ଷେପଣାସ୍ତ୍ର ପ୍ରାୟ ୬୦-୭୦ କିମି ଦୂରତା ମଧ୍ୟରେ ଯେ କୌଣସି ପ୍ରକାର ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଫ୍ରାନ୍ସର ପ୍ରତିରକ୍ଷା ବିଭାଗ ଭାରତକୁ ତୁରନ୍ତ ହେମର କ୍ଷେପଣାସ୍ତ୍ର ଉପଲବ୍ଧ କରାଇବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବାରୁ ଚୀନ୍‌ ଓ ପାକିସ୍ତାନ ପାଇଁ ଏହା ଚେତାବନୀ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।

Back to top button