ରଘୁନାଥପାଲି ତିନିଦିନ ସଟ୍‌ଡାଉନ୍‌

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଆଜି ୩୪ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରଘୁନାଥପାଲି ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ସରୋଜ ସାମଲ। ଟ୍ୱିଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେହିପରି ଲାଇକେରା କଣ୍ଟେନମେଣ୍ଟ ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସରପଞ୍ଚ ଲାଇକେରାକୁ ସୁଶୀଲ କିଷାନ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହିତ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ।

ମତାମତ ଦିଅନ୍ତୁ ।