ରଙ୍ଗିଲା ଆରଆଇ ସସପେଣ୍ଡ

0

ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲା ଗାଡଶିଳା ଇନ୍-ଚାର୍ଜ ରେଭିନ୍ୟୁ ଇନ୍ସପେକ୍ଟରଙ୍କ ରଞ୍ଜନ ପାଣିଗ୍ରାହୀ ସସପେଣ୍ଡ। ସେ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାର ଥିବା ଭିଡିଓ ଭାଇରାଲ ପରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ଅତିରିକ୍ତ ରାଜସ୍ୱ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ ପାଣିଗ୍ରାହୀ ଗତ କିଛି ମାସ ଧରି ଗାଡଶିଳା ସର୍କଲର ଇନ୍-ଚାର୍ଜ ଆରଆଇ ଭାବେ ଦାୟିତ୍ଵ ତୁଲାଉଥିଲେ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହି ରଙ୍ଗିଲା ବାବୁ ଜଣଙ୍କ କାର୍ଯ୍ୟାଳୟ ଭିତରେ ମଦ ପିଇ ମହିଳାଙ୍କ ସହ ସଂପର୍କ ରଖୁଥିବା ଦେଖାଯାଇଛି। ଏହାଛଡା କିଛି ବାହାର ଲୋକ ମଧ୍ୟ ଆରଆଇଙ୍କ କାର୍ଯ୍ୟାଳୟରେ ଶୋଇଥିବାର ଦେଖିବାକୁ ମିଳିଛି। ସେଥିପାଇଁ ଇନ-ଚାର୍ଜ ଆରଆଇ ଶ୍ରୀ ପାଣିଗ୍ରାହୀକୁ ଛଅ ମାସ ପାଇଁ ନିଲମ୍ବିତ କରାଯାଇଛି। ଏହି ସମୟରେ ସବ୍ କଲେକ୍ଟରଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଥିବା ବେଳେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ଓଡପଡା ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.