ରାଗିଂ ପାଇଁ ୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଫାଇନ୍‌

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର ଜୁନିୟର ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ୧୮ ଜଣ ଡାକ୍ତରୀ ଛାତ୍ରଙ୍କ ଉପରେ ୫୪ ହଜାର ଟଙ୍କା ଫାଇନ୍‌ ହୋଇଛି।

ଖବର ଅନୁଯାୟୀ କିଛି ଦିନ ତଳେ ରାଗିଂ ଅଭିଯୋଗ ଆସିଥିଲା। କିନ୍ତୁ କଲେଜ କର୍ତ୍ତୃପକ୍ଷ ଏହାକୁ ଅସ୍ଵୀକାର କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ କମିଟି ଗଠନ କରାଯାଇଥିଲା। କମିଟି ଘଟଣାର ସତ୍ୟାସତ୍ୟ ସଂପର୍କରେ ଜାଣିବା ପରେ ୧୮ ଜଣ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭୀମସାର ଡିନ୍ ଜୟଶ୍ରୀ ଦୋରା କହିଛନ୍ତି ଘଟଣା ସଂପର୍କରେ ଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଜଣାଇ ଦିଆଯାଇଛି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଛାତ୍ରମାନଙ୍କ ଠାରୁ ଅଣ୍ଡରଟେକିଂ ନିଆଯାଇଛି। ଏଥିସହିତ କଲେଜରେ ଶିକ୍ଷା ବାତାବରଣ ବଜାୟ ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button