ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ସର୍ଭର ଜବତ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ପୋଲିସ ଏକ ସର୍ଭର ଜବତ କରିଛି। ଏହି ସର୍ଭରକୁ ଆପ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ଅପଲୋଡ୍ କରିବା ପାଇଁ ବ୍ୟବହୃତ ହୋଇଥିବା ପୋଲିସ ସନ୍ଦେହ କରୁଥିବାରୁ ଆଇଟି ପ୍ରଫେସନାଲମାନଙ୍କ ସାହାଯ୍ୟରେ ଅଧିକ ଯାଞ୍ଚ କରାଯାଉଛି। ସର୍ଭର ବ୍ୟତୀତ ପୋଲିସ ରାଜଙ୍କ ଫୋନକୁ ଜବତ କରିଥିବା ବେଳେ ଏହାକୁ ଫରେନସିକ୍ ବିଶ୍ଳେଷଣ ପାଇଁ ପଠାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ ରାଜଙ୍କୁ ଗତ ସୋମବାର ଗିରଫ କରାଯାଇଛି। ଏଚ ଆକାଉଣ୍ଟ ନାମରେ ଏହି ହ୍ୱାଟସଆପ ଗ୍ରୁପ ତିଆରି ହୋଇଛି। ଏଥିରେ ଅଶ୍ଳୀଳ ସିନେମାର ବ୍ୟବସାୟକୁ ନେଇ ଚର୍ଚ୍ଚା ହୋଇଥାଏ। ଏଥିରେ ପାଖାପାଖି ୫ଜଣ ସାମିଲ ଥିଲେ। ରାଜ ଏଥିରେ ମାର୍କେଟିଂରୁ ଆରମ୍ଭ କରି ମଡେଲରମାନଙ୍କୁ ପାରିଶ୍ରମିକ ଦେବା ସହିତ ରେଭିନ୍ୟୁ କିପରି ବୃଦ୍ଧି କରାଯାଇ ପାରିବ ତାହାକୁ ନେଇ କଥାବର୍ତ୍ତା ହୋଇଥାଆନ୍ତି। ପୋଲିସ ଏହି ମାମଲାରେ ରାଜଙ୍କ ସହିତ ୬ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଏଥିମଧ୍ୟରୁ ରିଆନ ନାମକ ବ୍ୟକ୍ତି ରାଜ କୁନ୍ଦ୍ରାଙ୍କ ସହଯୋଗୀ ବୋଲି କୁହାଯାଉଛି।

ଅଭିଯୋଗ ହୋଇଛି ରିଆନକୁ ରାଜଙ୍କ ଅଶ୍ଳୀଳ ଭିଡିଓ ଲିଙ୍କଗୁଡିକର ଟେକ୍ନିକାଲ୍ ଦାୟିତ୍ୱ ଦିଆଯାଇଥିଲା। ରାଇଗଡରୁ ଗିରଫ ହୋଇଥିବା ଅଭିଯୁକ୍ତ ରିଆନ୍ ଥାର୍ପ ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ଥିଲେ। ରିଆନ୍-ରାଜ ଓ ଶିଳ୍ପା ଶେଟ୍ଟୀଙ୍କ କମ୍ପାନି ଭିଆନ୍ ଗେମିଂ ପିଭି ଲିମିଟେଡ୍ ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ହେଡ୍ ଅଫ୍ ପ୍ରଡକ୍ଟ ଭାବରେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.