Breaking Newsରାଜ୍ୟ

ରାଜଧାନୀରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେରରୁ ସର୍ବାଧିକ ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ  କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳର ୨୭ଜଣ ରହିଛନ୍ତି। ଭୁବନେଶ୍ୱର ମହାନଗର ଟୁଇଟ କରି ଏହି ସୂଚନା ଦେଇଛି।

ଭୁଧବାର ତଥ୍ୟ ଅନୁଯାୟୀ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୬୩ଜଣଙ୍କ ମଧ୍ୟରୁ ରସୁଲଗଡ଼ ସବର ସାହି ଜଣେ, ନୟାପଲ୍ଲୀ ଏନ୍‌-୫ ଅଞ୍ଚଳରୁ ଜଣେ, ଖଣ୍ଡଗିରି କୋଳଥିଆ ୩ ଜଣ, ଝାରପଡ଼ା ଜଗନ୍ନାଥ ନଗରରୁ ଜଣେ, ୟୁନିଟ-୬ ଗଙ୍ଗନଗରରୁ ଜଣେ, ସାଲିଆ ସାହି ଶ୍ରୀକୃଷ୍ଣ ନଗରରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ୧୦ଜଣ ଓ ଜଣେ ୫ବର୍ଷ ଶିଶୁ ଚିହ୍ନଟ ହୋଇଛି। ସଙ୍ଗରୋଧ କେନ୍ଦ୍ରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଣ୍ଟ୍ରାଲ ଗର୍ଭରମେଣ୍ଟ ହସ୍‌ପିଟାଲର ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଦୁଇଜଣ, ଖଣ୍ଡଗିରି ବାରି ଅଞ୍ଚଳରୁ ଜଣେ, ଡୁମଡୁମା ଅଞ୍ଚଳରୁ ଜଣେ, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ, ଘରୋଇ ହସ୍‌ପିଟାଲରୁ ଜଣେ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରୁ ଜଣେ, ରସୁଲଗଡ଼ ଆଦିମାତା ମନ୍ଦିର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ସୀତାପୁର ବସ୍ତି ଅଞ୍ଚଳରୁ ଜଣେ, ଘରୋଇ ହସ୍‌ପିଟାଲ୍‌ରୁ ଜଣେ, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୧୧ଜଣ, ଚକେଇସିଆଣି ଅଞ୍ଚଳରୁ ଜଣେ, ହଂସପାଳ ଅଞ୍ଚଳରୁ ଜଣେ, ନଗେଶ୍ୱର ଟାଙ୍ଗୀ ରବି ଟକିଜ ଅଞ୍ଚଳରୁ ଜଣେ, ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ, ମଞ୍ଚେଶ୍ୱର ରଙ୍ଗମାଟିଆ ଅଞ୍ଚଳରୁ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଛି।

ମତାମତ ଦିଅନ୍ତୁ ।

Back to top button