ରାଜଭବନ ଛକ ପେଟ୍ରୋଲ ପମ୍ପ ସିଲ୍

ଭୁବନେଶ୍ଵର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଜି ପେଟ୍ରୋଲ ପମ୍ପକୁ ଆଇଓସିଲ୍ ପକ୍ଷରୁ ସିଲ୍ କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ୭ ତାରିଖରେ ଏହି ପେଟ୍ରୋଲ ପମ୍ପରେ ବଡ଼ ଧରଣର ବିସ୍ଫୋରଣ ଯୋଗୁ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। କେଉଁ କାରଣରୁ ଏପରି ଘଟିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ। ତେବେ ଏଲପିଜି ଟାଙ୍କି ଫାଟିବାରୁ ବିସ୍ଫୋରଣ ଘଟିଲା ବୋଲି ପୋଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏଣେ କିଛି ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ବିସ୍ଫୋରଣରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନି। ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।