ରାଜଭବନ ଛକ ପେଟ୍ରୋଲ୍‌ ଟାଙ୍କିରେ ଅଗ୍ନିକାଣ୍ଡ : ସଂଧ୍ୟା ଯାଏ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ

ଭୁବନେଶ୍ଵର : ରାଜଧାନୀର ରାଜଭବନ ଛକ ପେଟ୍ରୋଲ୍‌ ପମ୍ପ୍‌ରେ ନିଆଁ ଲାଗି ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଛି। ଘଟଣାର ତଦନ୍ତ ଲାଗି ପୋଲିସର ଫରୋନ୍ସିକ୍ ଟିମ୍ ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ‌ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଓ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି।

ପୋଲିସ ମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଏଲ୍‌ପିଜି ଟାଙ୍କି ଫାଟି ଦୁର୍ଘଟଣା ଘଟିଛି। ପେଟ୍ରୋଲ୍‌ ଟାଙ୍କିରେ ଗଚ୍ଛିତ ପେଟ୍ରୋଲ୍‌ ଓ ଡିଜେଲ୍‌ ନିଷ୍କାସନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତ ରଖିଛନ୍ତି। ଏହି କାର୍ଯ୍ୟପାଇଁ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟାଙ୍କିରେ ଥିବା ପେଟ୍ରୋଲ୍‌ ଡିଜେଲ୍‌ କାଢ଼ିବା ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳ ଠାରୁ ଦୁଇ କିଲୋମିଟର ପରିଧି ଭିତରେ ସଂଧ୍ୟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆ‌ଯାଇଛି।

ସେହିପରି ଡେପୁଟି ଫାୟାର୍‌ ଅଫିସର୍‌ ରମେଶ ମାଝି କହିଛନ୍ତି ଟାଙ୍କିରୁ ସଂପୂର୍ଣ୍ଣ ତୈଳ କଢ଼ା ନଯିବା ପର୍ଯ୍ୟନ୍ତ ବିପଦ ଟଳି ନାହିଁ, ତେଣୁ ଟାଙ୍କିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଜଗି ରହିଛନ୍ତି। ଟାଙ୍କିିରେ ତେଲ ଥିବା ପର୍ଯ୍ୟନ୍ତ ବିପଦ ରହିଛି।

ମତାମତ ଦିଅନ୍ତୁ ।