ରାଜଧାନୀରେ କାଳବୈଶାଖୀ ବର୍ଷା ଓ ପବନ

ଭୁବନେଶ୍ୱର : ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ଓ ପବନ ହୋଇଛି। ସେହିପରି ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ଵର ଓ କଟକରେ ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା ହୋଇଥିବା ବେଳେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ବର୍ଷା ଗତ କିଛିଦିନ ଧରି ହେଉଥିବା ଗରମରୁ ଜନଜୀବନକୁ ଆଶ୍ଵସ୍ତି ଦେଇଛି।

ଖବର ଅନୁଯାୟୀ ଚଳିତ ବର୍ଷର କାଳବୈଶାଖୀ ରାଜଧାନୀ ଭୁବନେଶ୍ଵର ପ୍ରଥମ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଟକାଇ ଦେଇଥିଲା। ଅଳ୍ପ ସମୟ ପରେ ବର୍ଷା ହୋଇଥିଲେ ହେଁ ପାଗରେ କିଛିଟା ପରିବର୍ତ୍ତନ ହେବ ସହିତ ତାତିରୁ ନିସ୍ତାର ମିଳିବ।

ସେହିପରି ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button