Breaking Newsରାଜ୍ୟ

ରାଜଧାନୀରେ ୩୮ କରୋନା ପଜିଟିଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୬ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଂଚିଛନ୍ତି ସେହିପରି ଆଜି ୬ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମିଶାଇ ମୋଟ ୩୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧୭। ୮ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ଏହି ସୂଚନା ଦେଇଛି। ଶନିବାର ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଥିବା ବେଳେ ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button