ରାଜଧାନୀରେ ଅପମିଶ୍ରିତ ତେଲକୁ ନେଇ ଉତ୍ତେଜନା

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ଏଚ୍‌ପି ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲକୁ ନେଇ ଉତ୍ତେଜନା ଦେଖାଯାଇଛି। ତେଲରେ ପାଣି କିମ୍ବା ଜେଲି ଭଳି କିଛି ପଦାର୍ଥ ମିଶିଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

ଏହି ଟାଙ୍କିରୁ ତେଲ ପକାଇଥିବା ଅଧିକାଂଶ ଗ୍ରାହକ ଆଜି ହଇରାଣ ହୋଇଥିବାରୁ ପେଟ୍ରୋଲ ପମ୍ପରେ ଲୋକେ କିଛି ସମୟ ପାଇଁ ପାଟିତୁଣ୍ଡ କରିଥିଲେ। କିଛି ଲୋକେ ଏହି ଅପମିଶ୍ରିତ ତେଲ ବାଇକ ଓ କାରରେ ପକାଇବା ପରେ ଗାଡ଼ି ଇଞ୍ଜିନ ସିଜ ହୋଇ ଯାଇଛି। ତେଣୁ ଲୋକେ ତାତିବାରୁ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଭରତପୁର ପୋଲିସ ଉଠାଇ ନେଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button