ରାଜଧାନୀରେ ହତ୍ୟାକାଣ୍ଡ : ଯୁବକଙ୍କୁ ହାଣିଦେଲେ

ଭୁବନେଶ୍ୱର : ନୟାପଲ୍ଲୀ ଭିଆଇପି ଏରିଆରେ ଜଣେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ହାଣିଲେ ଦୁର୍ବୃତ୍ତ। ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିବା ବେଳେ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆକ୍ରମଣ ପଛର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପୋଲିସ କିଛି ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଅଭିଯୁକ୍ତମାନେ ଯୁବକଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *

Back to top button