ରାଜଧାନୀରେ ଯୁବକଙ୍କୁ ଫାର୍ସାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ଵର : କରୋନା ସଂକ୍ରମଣ ରୋକିବା ପାଇଁ ରାଜଧାନୀ ଭୁବନେଶ୍ଵରରେ ଲକଡାଉନ କଟକଣା ଲାଗୁ ହୋଇଛି। ଏହି ସମୟରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ। ବାପୁଜୀ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବାରୁ ଯୁବକଜଣକ ଗୁରୁତର ହୋଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାର ତଦନ୍ତ ଜାରି ରଖିଛି କ୍ୟାପିଟାଲ ଥାନା ପୋଲିସ। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ଯାଇଛନ୍ତି।

ମତାମତ ଦିଅନ୍ତୁ ।