ରାଜଧାନୀରେ ନକଲି ୱାଟର ବଟ୍ଲିଂ କାରଖାନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଚାଲିଥିଲା ନକଲି ୱାଟର ବଟ୍ଲିଂ କାରଖାନା। ଚନ୍ଦକା ଅଞ୍ଚଳରୁ ଏହି କାରଖାନାକୁ ପୋଲିସ ଠାବ କରିଛି। ଏଠାରେ ନାମୀଦାମୀ କଂପାନୀର ବ୍ରାଣ୍ଡ ବ୍ୟବହାର କରି ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। ଏଭଳି ଅଭିଯୋଗ ପରେ କାରଖାନା ଉପରେ ଚଢ଼ଉ କରି ବିଭିନ୍ନ ବ୍ରାଣ୍ଡ୍ର ଷ୍ଟିକର୍ ଓ ପାଣି ବୋତଲ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।