ରାଜଧାନୀରୁ ୮ ଲୁଟେରା-ଗ୍ରାହକ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ବାଇକ ଓ ସୁନାଚେନ ଲୁଟୂଥିବା ଏକ ଗ୍ୟାଙ୍ଗକୁ କମିସନରେଟ ପୋଲିସ ଧରିଛି। ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ଟି ବାଇକ, ୮ଟି ସୁନାଚେନ ଓ ୨୬ଟି ମୋବାଇଲ ଜବତ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତମାନଙ୍କ ମଧ୍ୟରେ ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଯଦୁପୁର ଗାଁର ଗୋଲଡେନ ଅବିଦ, ଭୁବନେଶ୍ଵର ସାଲିଆ ସାହିରେ ରହୁଥିବା ଗଂଜାମ ଜିଲ୍ଲାର ଧଳପୁର ଗାଁର ରାଜା ଜିତେନ୍ଦ୍ର ପ୍ରଧାନ, ଛତ୍ରପୁର ଥାନା ଅନ୍ଧାରୁଆ ଗାଁର ରାବଣ ବିଶ୍ୱଜିତ ଦାସ, ମୟୂରଭଂଜ ଯଶୀପୁର ଥାନା ସିରୋକୋଲି ଗାଁର କାଶୀନାଥ ପାତ୍ର ଓରଫ କାଶୀଆ, ଖୋର୍ଦ୍ଧା ଟାଙ୍ଗୀ ଭୁଷଣ୍ଡପୁର ଗାଁର ଅଜୟ କୁମାର ମଣ୍ଡଳ ଓ ସଂଜୟ ଦାସ, ବିହାର ମୁଙ୍ଗେର ଥାନା ସୁରଜଗଢ଼ା ଗାଁର ଚିଣ୍ଟୁ ଧର୍ମେନ୍ଦ୍ର କୁମାର ଓ ଗଂଜାମ ଜିଲ୍ଲା ପୋଲସରା ପଙ୍କଲବାଡି ଗାଁର ମିଥୁନ ସମୁଦ୍ର ରହିଛନ୍ତି। ମିଥୁନ ସାଲିଆ ସାହିରେ ରହି ଲୁଟେରାଙ୍କ ଠାରୁ ଜିନିଷ କିଣିଥଲେ। ଅନ୍ୟ ଅଭିଯୁକ୍ତମାନେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗରରେ ରହୁଥିଲେ।

ମତାମତ ଦିଅନ୍ତୁ ।