ରାଜଧାନୀରେ ସାପ ବିଷ ଜବତ, ୬ ଗିରଫ

ଭୁବନେଶ୍ୱର : ବନ ବିଭାଗ ରାଜଧାନୀ ଭୁବନେଶ୍ୱରରରୁ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱରର ତିନିଜଣ ଥିବାବେଳେ ବରଗଡ଼, ବଲାଙ୍ଗିର ଓ ଅନୁଗୋଳରୁ ଜଣେ ଲେଖାଏ ରହିଥିବା ଜଣାପଡିଛି।

ଖବର ଅନୁଯାୟୀ ବରଗଡ଼ ଜିଲ୍ଲାରୁ ଗୌତମ ନାମକ ଜଣେ ବ୍ୟକ୍ତି ଏହି ସାପ ବିଷକୁ ପଠାଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍। ରାଜଧାନୀରୁ ଏହି ସାପ ବିଷ ଠିକଣା ଜାଗାକୁ ଚାଲାଣ ହୋଇଥାନ୍ତା। ସେଥିପାଇଁ ଔଷଧ ନାଁରେ ଚାଲାଣ କରିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏକକାଳୀନ ମାଷ୍ଟରକ୍ୟାଣ୍ଟିନ୍ ଓ ଏୟାରପୋର୍ଟରେ ଚଢ଼ଉ କରି ୨ଟି ଗ୍ରୁପକୁ ଧରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *

Back to top button