ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନଙ୍କ ଚିଠି : ମାସ୍କ ନପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ହେବ

ନୂଆଦିଲ୍ଲୀ : ନିର୍ବାଚନ ପ୍ରଚାର ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଚେତାବନୀ ଦେଇଛନ୍ତି। ଏଥିସହ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ନୀତିକ ଦଳର ନେତାଙ୍କୁ ଚିଠିଲେଖି ଅବଗତ କରିଛନ୍ତି।

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତାଙ୍କ ନିକଟକୁ ନିର୍ବାଚନ କମିଶନ ପଠାଯାଇଥିବା ଚିଠିରେ କହିଛନ୍ତି ରାଜନୈତିକ ପ୍ରଚାର ବେଳେ ମାସ୍କ କେହି ପିନ୍ଧୁନାହାନ୍ତି କିମ୍ବା ସାମାଜିକ ଦୂରତା ରକ୍ଷା କରାଯାଉନାହିଁ। ଏପରି ହେଲେ କୋଭିଡ୍ ଆହୁରି ବ୍ୟାପିବ। ଟେବୁ ରାଜନୈତିକ ଦଳର ପ୍ରାର୍ଥୀ ପ୍ରଚାର ବେଳେ ମାସ୍କ ପିନ୍ଧିବା ଆବଶ୍ୟକ। ଯଦି ପ୍ରଚାର ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୁଏ ତେବେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ସମେତ ଟିଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଆସାମରେ ଭୋଟ ଗ୍ରହଣ ଶେଷ ହୋଇଇଛି। ହେଲେ ପ୍ରଚାର ସମୟରେ କେହି ମାସ୍କ ପିନ୍ଧୁନଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସସ୍ଵାର୍ଥ ମାମଲା ହୋଇଥିଲା। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶଙ୍କୁ ଜବାବ ତଲବ କରିଛନ୍ତି। ରାଜନୈତିକ ରାଲିରେ କାହିଁକି ମାସ୍କ ବାଧ୍ୟତାମୂଳକ କରାଯାଉନି ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ ଶୁଣାଣି ଆସନ୍ତା ଏପ୍ରିଲ ୩୦ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button