ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ସ୍ଵେଚ୍ଛାସେବୀ ସଂସ୍ଥାକୁ ମିଳିବନି ବିଦେଶୀ ଅନୁଦାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୧୦ ମସିହାରେ ଫରେନ କନ୍‌ଟ୍ରିବ୍ୟୁସନ୍‌ ଲେଗୁଲେସନ୍‌ ଆକ୍ଟର ସଂଶୋଧନ କରି ବିଦେଶୀ ଅନୁଦାନ ପ୍ରାପ୍ତ ଏନଜିଓ ଓ ସଙ୍ଗଠନଗୁଡିକ ପାଇଁ କଠୋର ନିୟମ ଲାଗୁ କରିଥିଲେ। ଆଉ ଏକ ସଂଶୋଧିତ କରି ନିୟମକୁ କଡ଼ାକଡି କରିଛନ୍ତି। ଯାହାଫଳରେ ୨୦୧୦ ଆଇନ ଅନୁଯାୟୀ ପଞ୍ଜିକରଣ କରିବାକୁ ସଂସ୍ଥାଗୁଡ଼ିକୁ ଅତି କମ୍‌ରେ ୩ଟି ଆର୍ଥିକ ବର୍ଷରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଲେଖାଏ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି ବୋଲି ଦେଖାଇବାକୁ ପଡିବ। ନଚେତ ପଞ୍ଜିକରଣ ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ।

ସେହିପରି ନୂଆ ନିୟମ-୩ରେ ଏକ ଉପ-ଧାରା ଯୋଡା ଯାଇଛି। ଉପ-ନିୟମ ୧ର ଧାରା (ଭି) ଏବଂ (ଭିଆଇ)ରେ ଦର୍ଶାଯାଇଛି କୃଷକ, ଶ୍ରମିକ, ଛାତ୍ର, ଜାତି ଓ ସମ୍ପ୍ରଦାୟ ଭିତ୍ତିକ ସଂଗଠନ ଗୁଡ଼ିକ ସିଧାସଳଖ ରାଜନୀତି ନକରି ରାଜନୈତିକ ଦଳ ସହିତ ଧାରଣା ଓ ରାସ୍ତାରୋକ ଆଦିରେ ସାମିଲ ହେଲେ ବୈଦେଶିକ ଅନୁଦାନ ଗ୍ରହଣ କରିବାକୁ ଅଯୋଗ୍ୟ ବିବେଚିତ ହେବେ।

ଏହାଛଡା ପୂର୍ବରୁ ସ୍ଵେଚ୍ଛାସେବୀ ସଂଗଠନ ପଞ୍ଜିକରଣ ପାଇଁ ୩୦୦୦ ଟଙ୍କା ଲାଗୁଥିଲା। ନୂଆ ନିୟମରେ ଏହାକୁ କରାଯାଇଛି ୫୦୦୦ ଟଙ୍କା। ପୂର୍ବ ଅନୁମତି ପାଇଁ ୫୦୦୦ ବଦଳରେ ହୋଇଛି ୧୦୦୦୦ ଟଙ୍କା। କରାଯାଇଛି। ପଞ୍ଜିକରଣର ନବୀକରଣ ପାଇଁ ଏଣିକି ୫୦୦୦ ଟଙ୍କା ଦେବାକୁ ପଡିବ ବୋଲି ଦର୍ଶାଯାଇଛି। ପଞ୍ଜିକରଣର ନବୀକରଣ ପାଇଁ ଯଦି କୌଣସି ଆବେଦନ ନହୁଏ କିମ୍ବା ପଞ୍ଜିକରଣ ପ୍ରମାଣପତ୍ରର ବୈଧତା ସମାପ୍ତ ପୂର୍ବରୁ ଆବଶ୍ୟକ ଦେୟ ସହିତ ଆବେଦନ କରାନଯାଏ ତେବେ ପଞ୍ଜିକୃତ ତାରିଖରୁ ୫ ବର୍ଷ ମଧ୍ୟରେ ସଂସ୍ଥାର ବୈଧ୍ୟତା ରହିବ ନାହିଁ।

ମତାମତ ଦିଅନ୍ତୁ ।