ରାଜସ୍ଥାନ କ୍ୟାବିନେଟ୍ର ସଂଶୋଧିତ ପ୍ରସ୍ତାବକୁ ରାଜ୍ୟପାଳ ଗ୍ରହଣ କଲେ

ଜୟପୁର : ଜୁଲାଇ ୩୧ ତାରିଖରେ ବିଧାନସଭା ଅଧିବେଶନ ଡକାଇବା ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନେତୃତ୍ଵାଧୀନ କ୍ୟାବିନେଟ୍ର ସଂଶୋଧିତ ପ୍ରସ୍ତାବକୁ ରାଜସ୍ଥାନ ରାଜ୍ୟପାଳ ଗ୍ରହଣ କରିଛନ୍ତି। ଶନିବାର ବିଳମ୍ବିତ ରାତ୍ରୀରେ ଏହି ପ୍ରସ୍ତାବ ଗ୍ରହଣ କରାଯାଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ଏଥିରେ କରୋନା ମହାମାରୀ ସମେତ ଅନ୍ୟ କେତେକ ବିଲ୍ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କଥା ଉଲ୍ଲେଖ ଥିବା ବେଳେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ କଂଗ୍ରେସ ବିଧାୟକମାନେ ବିଧାନସଭା ଅଧିବେଶନ ଡାକିବା ଜିଦରେ ଶନିବାର ରାଜଭବନ ଲନ୍ରେ ଧାରଣା ଦେଇଥିଲେ। କାରଣ ରାଜ୍ୟପାଳ କଲରାଜ ମିଶ୍ର ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ଠାରୁ ୬ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଥିଲେ। ରାଜ୍ୟପାଳ କହିଥିଲେ ସରକାରଙ୍କର ସଂଖ୍ୟା ଗରିଷ୍ଠତା ଥିଲାବେଳେ ପୁଣି କାହିଁକି ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ବିଧାନସଭା ଅଧିବେଶନ ଡକାଯିବ ? କେହି ସାମ୍ବିଧାନିକ ମର୍ଯ୍ୟାଦାର ଉର୍ଦ୍ଧ୍ଵରେ ନୁହନ୍ତି। କୌଣସି ରାଜନୈତିକ ଚାପ ଅବଲମ୍ବନ କରା ନଯିବା ଉଚିତ।