ରାଜସ୍ଥାନର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ

ଜୟପୁର : ରାଜସ୍ଥାନରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ଆଡ଼କୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର କର୍ଫ୍ୟୁ ସମୟରେ ଆଜି ପରିବର୍ତ୍ତନ କରିଛନ୍ତି। ରାଜ୍ୟର ସମସ୍ତ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଆଜି ସଂଶୋଧିତ ଘୋଷଣାନାମା ଜାରି ହୋଇଛି।

ବୁଧବାର ନୂଆ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ। ପୂର୍ବରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ଘୋଷଣା କରାଯାଇଥିଲା। ସେହିପରି ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୪ଟା ଓ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଅପରାହ୍ନ ୫ଟା ପରେ ବନ୍ଦ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button