ରାଜସ୍ଥାନରେ ବିଜେପି ନେତା ଗିରଫ

ଜୟପୁର : ରାଜସ୍ଥାନ ରାଜନୀତିରେ ଦିନକୁ ଦିନ ନୂଆ ଘଟଣା ଘଟୁଛି। କ୍ଷମତା ପାଇଁ ଚାଲିଛି ସବୁକିଛି। ଘୋଡ଼ା ବେପାର ଅଭିଯୋଗରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ଶୁକ୍ରବାର ବିଜେପି ନେତା ସଞ୍ଜୟ ଜୈନଙ୍କୁ ଗିରଫ କରିଛି। ସୋଶାଲ ମିଡିଆରେ ଘୋଡ଼ା ବେପାର ଅଡିଓ କ୍ଲିପ ଭାଇରାଲ ହୋଇଥିଲା। ଏହି ଅଡିଓରେ ସଞ୍ଜୟଙ୍କ ଭଏସ ଥିବା କଂଗ୍ରେସ ଦାବି କରିଥିବା ବେଳେ ଥାନାରେ ଏତଲା ଦେଇଥିଲା। ଏହାର ତଦନ୍ତ ଚାଲିଛି। ଏସଓଜି ମୁଖ୍ୟ ତଥା ଏଡିଜି ଅଶୋକ ରାଠୋଡ ସୂଚନା ହେଲା ସୋଶାଲ ମିଡିଆରେ ଭାଇରାଲ ହେବାପରେ ଘୋଡା ବେପାର ଅଡିଓ କ୍ଲିପକୁ ନେଇ ଏଫଆଇଆର ଦାଖଲ ହୋଇଥିଲା। ଏସଓଜି ଏହି ମାମଲାରେ ସଞ୍ଜୟ ଜୈନଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି।

ମତାମତ ଦିଅନ୍ତୁ ।