ରାଜୀବ କୁମାର ହେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ସଚିବ ତଥା ୧୯୮୪ ବ୍ୟାଚର ଝାଡଖଣ୍ଡ କ୍ୟାଡର ଆଇଏଏସ ଅଫିସର ରାଜୀବ କୁମାର ହେଲେ ନିର୍ବାଚନ କମିଶନର। ଶୁକ୍ରବାର ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଶୋକ ଲାଭାସା ଇସ୍ତଫା ଦେବା ପରେ ଏହି ପଦ ଖାଲି ରହିଥିଲା।

ସୂଚନାଯୋଗ୍ୟ, ଅଶୋକ ଲାଭାସାଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହାପୂର୍ବରୁ ସେ ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କର ଉପ ସଭାପତି ଭାବେ ନିଯୁକ୍ତି ମିଳିଛି। ରାଜୀବ କୁମାର ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ସୁଧାର ଆଣିଛନ୍ତି। ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ମିଶ୍ରଣ କରିବା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାଛଡା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ମତାମତ ଦିଅନ୍ତୁ ।