ରାଜିହେଲେ ରାଜ୍ୟପାଳ: ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା ଅଧିବେଶନ

ଜୟପୁର : ଆସନ୍ତା ଅଗଷ୍ଟ ୧୪ ତାରିଖରୁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଗେହଲଟ୍ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ଗେହଲଟ କ୍ୟାବିନେଟ ଚତୁର୍ଥ ଥର ପାଇଁ ସଂଶୋଧିତ ପ୍ରସ୍ତାବ ପଠାଇବାର ଦୁଇ ଘଣ୍ଟା ପରେ ରାଜ ଭବନ ପକ୍ଷରୁ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। କିନ୍ତୁ ବିଧାନସଭା ଅଧିବେଶନ ସମୟରେ କୋଭିଡ୍ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।