ରାଜ୍ୟ ସରକାରସମୂହଙ୍କ ପସନ୍ଦଯୋଗ୍ୟ ସହଭାଗି ହେବାକୁ ଇଣ୍ଡିଆ ପାୱାରର ପ୍ରୟାସ

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଶକ୍ତି ଉପଯୋଗିତା କମ୍ପାନୀ ଇଣ୍ଡିଆ ପାୱାର କର୍ପୋରେସନ ଲିମିଟେଡ (ଇଣ୍ଡିଆ ପାୱାର) ସୁଲଭ ମୂଲ୍ୟରେ ଘରୋଇ ଓ ଶିଳ୍ପ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ କରିବା ସକାଶେ ସମଗ୍ର ଭାରତରେ ରାଜ୍ୟ ସରକାରସମୂହଙ୍କ ନିମନ୍ତେ ପସନ୍ଦଯୋଗ୍ୟ ସହଭାଗି ହେବାକୁ ପ୍ରୟାସ କରୁଛି । ପଶ୍ଚିମବଙ୍ଗ, ଗୁଜରାଟ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ସରକାରଙ୍କୁ ସହଯୋଗ କରିବାର ସଫଳତାରେ ଉତ୍ସାହିତ ହୋଇ କମ୍ପାନୀ ଆବଶ୍ୟକ ମଞ୍ଜୁରି ଏବଂ ଅନୁମୋଦନ ମିଳିଲେ, ତାହାର କାର୍ଯ୍ୟକଳାପ ଦେଶର ଅନ୍ୟାନ୍ୟ ଭାଗକୁ ସମ୍ପ୍ରସାରିତ କରିବାକୁ ଯୋଜନା କରୁଛି।

ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଇଣ୍ଡିଆ ପାୱାର ପଶ୍ଚିମବଙ୍ଗର ଆସାନ୍‌ସୋଲ-ରାଣିଗଞ୍ଜ ଅଞ୍ଚଳର ୬୧୮ ବର୍ଗକିଲୋମିଟରରେ ଶକ୍ତି ଯୋଗାଇ ଆସୁଛି ଏବଂ ପଶ୍ଚିମବଙ୍ଗ ଗ୍ରୀନ ଏନର୍ଜି ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ ସହିତ ମିଶି ଆସାନ୍‌ସୋଲରେ ଏହାର ଏକ ୨ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ ରହିଛି । ଏହି ପ୍ଲାଣ୍ଟ ଏସିଆରେ ପ୍ରଥମ ଗ୍ରୀଡ ସଂଯୁକ୍ତ ସୌରଶକ୍ତି ପ୍ଲାଣ୍ଟ ହୋଇଛି । କମ୍ପାନୀର ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକ ମଧ୍ୟରେ ଗୁଜରାଟ ଓ କର୍ଣ୍ଣାଟକରେ ୩୫.୨ ମେଗାୱାଟ ପବନଚାଳିତ ଶକ୍ତି ଉତ୍ପାଦନ ଅନ୍ତର୍ଭୁକ୍ତ, ଯେଉଁଠାରେ ଏହା ରାଜ୍ୟ ବିଦ୍ୟୁତ ଆବଣ୍ଟନ କମ୍ପାନୀଗୁଡିକୁ (ଡିସ୍‍କମ) ଶକ୍ତି ଯୋଗାଇ ଦେଉଛି ।

ଇଣ୍ଡିଆ ପାୱାରର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ ସଂସ୍ଥା ଏମ୍‌ପି ସ୍ମାର୍ଟ ଗ୍ରିଡ ପ୍ରାଇଭେଟ ଲିମିଟେଡ ଏହି ଧରଣର ପ୍ରଥମ ସରକାରୀ-ଘରୋଇ ଅଂଶୀଦାର ପ୍ରକଳ୍ପ (ପିପିପି) କାର୍ଯ୍ୟକାରିତାରେ ନିୟୋଜିତ ଅଛି ଯେଉଁଥିରେ ମଧ୍ୟପ୍ରଦେଶର ଉଜ୍ଜୟିନ, ରତ୍‍ଲାମ, ଦେୱାସ, ଖାରଗୋନ ଏବଂ ମାଉ ଭଳି ପାଞ୍ଚଟି ସହରରେ ୩୫୦,୦୦୦ ସ୍ମାର୍ଟ ମିଟର ସ୍ଥାପନ ଅନ୍ତର୍ଭୁକ୍ତ । ଉପଭୋକ୍ତାଙ୍କ ପରିସରରେ ସ୍ମାର୍ଟ ମିଟର ସ୍ଥାପନ ସହିତ ଏହି ପ୍ରକଳ୍ପରେ ପାଞ୍ଚବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଅତ୍ୟାଧୁନିକ ପ୍ରଯୁକ୍ତିକୌଶଳ ଆଧାରିତ ଭିତ୍ତିଭୂମି ସ୍ଥାପନ କରାଯାଉଛି ।

ଇଣ୍ଡିଆ ପାୱାରର ପରିଚାଳନା ନିର୍ଦ୍ଦେଶକ ରାଘବ ରାଜ କନୋରିଆ କହିଛନ୍ତି ଭାରତର ସମସ୍ତ ରାଜ୍ୟରେ ଉପଭୋକ୍ତାଙ୍କୁ ଏହି ଶ୍ରେଣୀରେ ସର୍ବୋତ୍ତମ ସେବା ଯୋଗାଇଦେବା ସାମର୍ଥ୍ୟରେ ଆମର ଶତାବ୍ଦୀ ପୁରାତନ ପରମ୍ପରା ଆମକୁ ଆତ୍ମବିଶ୍ୱାସୀ କରି ଗଢିତୋଳୁଛି । ଆମେ କାର୍ଯ୍ୟ କରୁଥିବା ରାଜ୍ୟଗୁଡିକରେ ଉପଭୋକ୍ତାଙ୍କୁ ଚବିଶ ଘଣ୍ଟିଆ ସୁଲଭ ମୂଲ୍ୟରେ ଶକ୍ତି ଯୋଗାଣ ନିଶ୍ଚିତ କରିବାକୁ ସମର୍ଥ ହୋଇପାରିଛୁ । ଏହି ଅଭିଜ୍ଞତା ଏବଂ ସଫଳତା କାହାଣୀରେ ଉତ୍‍ଫୁଲ୍ଲିତ ହୋଇ ଆମେ ନିକଟ ଭବିଷ୍ୟତରେ ଆବଶ୍ୟକ ଅନୁମୋଦନ ହାସଲ କରିବାପରେ ନୂତନ ଭୌଗୋଳିକ ଅଞ୍ଚଳକୁ ପ୍ରବେଶ କରିବା ଯୋଜନା କରିଛୁ । ଇଣ୍ଡିଆ ପାୱାର ନିକଟରେ ଇଡିଏଫ୍ ଇଣ୍ଟରନ୍ୟାସନାଲ ସହିତ ଏକ ସଂଗଠନ କରିଛି। ଯାହା ଓଡ଼ିଶାରେ ଶକ୍ତି ଆବଣ୍ଟନ ଉପଯୋଗିତା ଅଧିଗ୍ରହଣ ପାଇଁ ବିଡ୍‍ ଦାଖଲ କରିଛି। ଏହି ସଂଗଠନର ସଦସ୍ୟମାନେ ଅତୁଳନୀୟ ବୈଷୟିକ ଦକ୍ଷତା, ମଜଭୁତ ଆର୍ଥିକ ସ୍ଥିତି ଏବଂ ଉଭୟ ଘରୋଇ ଓ ବିଶ୍ୱ ପରିବେଶରେ ବହୁ ଦଶନ୍ଧିର ଅଭିଜ୍ଞତାର ସମ୍ମିଶ୍ରଣରେ ଅନନ୍ୟ ସାମର୍ଥ୍ୟ ହାସଲ କରିଛନ୍ତି।

ମତାମତ ଦିଅନ୍ତୁ ।