ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟପାଳ ଗଣେଶୀ ଲାଲ୍ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏଥିସହ ତାଙ୍କ ପରିବାରର ୪ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳଙ୍କର ସ୍ଵାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟପାଳ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସ୍ଵାସ୍ଥ୍ୟ‌ାବସ୍ଥା ସ୍ଥିର ରହିଛି ବୋଲି ରାଜଭବନ ସୂତ୍ରରୁ ପ୍ରକାଶ।

ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ତାଙ୍କ ସୁସ୍ଵାସ୍ଥ୍ୟ ଲାଗି ପ୍ରାର୍ଥନା କରୁଛି’ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟରେ ଲେଖିଛନ୍ତି।

ମତାମତ ଦିଅନ୍ତୁ ।