Breaking Newsଦେଶ-ବିଦେଶ

ରାଜ୍ୟପାଳଙ୍କୁ ହଟାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ତୃଣମୂଳ କଂଗ୍ରେସ ସାଂସଦ

କୋଲକାତା : ବିଧାନସଭା ନିର୍ବାଚନର କିଛିମାସ ପୂର୍ବରୁ ପଶ୍ଚିମବଙ୍ଗରେ କ୍ଷମତାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗୀତା। ନେତା ଦଳବଦଳ କରୁଛନ୍ତି। ଏହାରି ଭିତରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ହଟାଇବାକୁ ତୃଣମୂଳ କଂଗ୍ରେସର ସାଂସଦ ଶୁଖେନ୍ଦୁ ଶେଖର ରୟ ଦାବି କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଶ୍ରୀ ରୟ ଏନେଇ ଚଠି ଲେଖିଛନ୍ତି। ଏଥିରେ ଦର୍ଶାଇଛନ୍ତି ରାଜ୍ୟପାଳ ପଦରେ ଥାଇ ଶ୍ରୀ ଧାନକର ସମ୍ବିଧାନର ସୁରକ୍ଷା ଓ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ବେଳେ ସୁପ୍ରିମକୋର୍ଟ ପ୍ରଣୟନ କରିଥିବା ଆଇନକୁ ବାରମ୍ବାର ଭାଙ୍ଗିବାରେ ଲାଗିଛନ୍ତି। ରାଜ୍ୟପାଳ ହୋଇ ସମ୍ବିଧାନକୁ ସମ୍ମାନ ନ ଦେବା ଲଜ୍ଜା ଓ ପରିତାପର ବିଷୟ। ତେଣୁ ରାଷ୍ଟ୍ରପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଓ ତାଙ୍କୁ ପଦରୁ ହଟାନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ସାଂସଦ ସୁଦୀପ ବନ୍ଦୋପାଧ୍ୟୟ, ଡିରେକ ଓ’ବ୍ରିଏନ, କଲ୍ୟାଣ ବାନାର୍ଜୀ ଓ କାକୋଲି ଘୋଷ ଦସ୍ତିଦାର ଦସ୍ତଖତ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button