ରାଜ୍ୟରେ ୧୦୭୮ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୦୭୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧୯,୮୩୫ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବୁଧବାର ମିଳିଥିବା ୨୮ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୩୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦ ଜଣ, ବରଗଡ ୨୬, ଭଦ୍ରକରୁ ୧ ଜଣ, ବଲାଙ୍ଗୀରି ୬, ବୌଦ୍ଧ ୩ଜଣ, କଟକରୁ ୫୭ ଜଣ, ଢେଙ୍କାନାଳ ୨, ଗଜପତି ୨୪, ଜଗତସିଂହପୁରରୁ ୩୫, ଯାଜପୁର ୨୦, ଝାରସୁଗୁଡା ୩୪, କଳାହାଣ୍ଡି ୧୫, କନ୍ଧମାଳ ୧୩, କେନ୍ଦ୍ରାପଡ଼ାରୁ ୨୪ ଜଣ, ଖୋର୍ଦ୍ଧାରୁ ୧୨୧ ଜଣ, କେଉଁଝରରୁ ୧୬, କୋରାପୁଟ ୧୫, ମାଲକାନଗିରିରୁ ୬୬ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁର ୧୭, ନୟାଗଡ଼ରୁ ୫ ଜଣ, ପୁରୀ ୨୮, ରାୟଗଡା ୯୬, ସମ୍ବଲପୁର ୨୦, ସୋନପୁର ୧୦ ଓ ସୁନ୍ଦରଗଡ଼ରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।