Breaking Newsରାଜ୍ୟ

ରାଜ୍ୟରେ ୧୪୩୪ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ୧୪୩୪ ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରବିବାର ଭିଭାଗ ଦେଇଥିବା ୨୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨ ଜଣ, ବରଗଡ ୫ ଜଣ, ଭଦ୍ରକରୁ ୨୫ ଜଣ, ବୌଦ୍ଧ ୫ ଜଣ, କଟକରୁ ୧୨୩ ଜଣ, ଦେବଗଡ ୨ ଜଣ, ଢେଙ୍କାନାଳ ୧୩ ଜଣ, ଗଜପତି ୯୧ ଜଣ, ଜଗତସିଂହପୁରରୁ ୧୩ ଜଣ, ଯାଜପୁର ୫୭ ଜଣ, ଝାରସୁଗୁଡା ୬ ଜଣ, କଳାହାଣ୍ଡି ୧୮ ଜଣ, କନ୍ଧମାଳ ୪୪, କେନ୍ଦ୍ରାପଡ଼ାରୁ ୨୨ ଜଣ, କେନ୍ଦୁଝର ୨, ଖୋର୍ଦ୍ଧାରୁ ୨୧୮ ଜଣ, କୋରାପୁଟ ୧୨, ମାଲକାନଗିରି ୨୪, ମୟୂରଭଞ୍ଜ ଜଣେ, ନବରଙ୍ଗପୁର ୨ ଜଣ, ନୟାଗଡ଼ରୁ ୮ ଜଣ, ନୂଆପଡା ୭ ଜଣ, ପୁରୀ ୬୫ ଜଣ, ରାୟଗଡା ୧୯୭ ଜଣ, ସମ୍ବଲପୁର ୫୧ ଜଣ, ସୋନପୁର ୬ ଜଣ ଓ ସୁନ୍ଦରଗଡ଼ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button